ଆଜି ପୁଣି ବିମାନମନ୍ଦରରୁ ମିଳିଲା ୮ କୋଟିର ମାରିଜୁଆନା: ୨ଦିନ ତଳେ ୩୦ କେଜି ମିଳିଥିଲା By Swadhikar News Last updated Aug 3, 2025 ଆଜି ଭୁବନେଶ୍ବର ବିମାନବନ୍ଦରରେ ଥାଇଲାଣ୍ଡ୍ରୁ ବିମାନ ପହଞ୍ଚିବା ପୂର୍ବରୁ ଖବର ପାଇ ଡିଆର୍ଆଇ ଟିମ୍ ପ୍ରସ୍ତୁତ ରହିଥିଲା। ବ୍ୟାଗ୍ ସଂଗ୍ରହ କରିବା ସମୟରେ ଗୁଜୁରାଟର ଏହି ଯୁବକଙ୍କୁ ଅଟକାଇ ଥିଲା। ତାଙ୍କୁ ଯାଞ୍ଚ କରିବା ପରେ ବିସ୍କୁଟ୍ ପ୍ୟାକେଟ୍ରେ ହାଇଡ୍ରୋପୋନିକ୍ ୱିଡ୍ ମିଳିଥିଲା। ଗୋଟିଗୋଟି କରି ୮ଟି ପ୍ୟାକେଟ୍ରୁ ଏହି ଗଞ୍ଜେଇ ମିଳିଥିଲା। ସଂପୃକ୍ତ ଯୁବକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତାଙ୍କୁ ଅଟକ ରଖି ଏହି ଅନ୍ତଃରାଷ୍ଟ୍ରୀୟ ନିଶା ଚାଲାଣ ସମ୍ପର୍କରେ ପଚରାଉଚରା କରାଯାଉଛି। ସମ୍ପୃକ୍ତ ଯୁବକଙ୍କ ପାସ୍ପୋର୍ଟ ଯାଞ୍ଚ କରାଯିବା ସହିତ ତାଙ୍କର ଥାଇଲ୍ୟାଣ୍ଡ ଗସ୍ତ ସମ୍ପର୍କିତ ତଥ୍ୟ ଆଧାରରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ତାଙ୍କର ପରବର୍ତ୍ତୀ ଗସ୍ତ, ଭୁବନେଶ୍ବରରେ ଥିବା ସମ୍ପର୍କୀୟ ଓ କଲ୍ରେକର୍ଡକୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି। ଏହି ସିଣ୍ଡିକେଟ୍ର ଚେରକୁ ଖୋଜି ବାହାର କରିବାକୁ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛି।ଗତ ୩୦ ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିଲା। ଏହି ଚଢ଼ଉରେ ଉତ୍ତରପ୍ରଦେଶର ତିନିଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ସମାନ ଢଙ୍ଗରେ ଆଜି ମଧ୍ୟ ଏହି ଗଞ୍ଜେଇ ଚାଲାଣ ହେବା ସମୟରେ ଧରାପଡ଼ିଛି। ତେବେ ଏହି ଗଞ୍ଜେଇ ଚାଲାଣ ରୢାକେଟ୍ ପଛରେ କାହାର ହାତ ରହିଛି। ଏହି ଅନ୍ତର୍ଜାତୀୟ ଗ୍ୟାଙ୍ଗ୍କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। crime news odishamarujuanaswadhikarswadhikar news Share