Odia News Portal

ଆୟତ୍ତ ହେଲା ଭୁବନେଶ୍ବର ୧ ନଂ ହାଟର ନିଆଁ

ଭୁବନେଶ୍ବର ୧ ନଂ ହାଟରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବାହିନୀଙ୍କ ଉଦ୍ୟମ ପରେ ଆୟତ୍ତ ହେଲା ନିଆଁ । ୩୦ ମିନିଟ ପରେ ଅଗ୍ନିକାଣ୍ଡ ଆୟତ୍ତ । ଘଟଣା ଘଟିବାର ୩୦ ମିନିଚ ଭିତରେ ଅଗ୍ନିଯୋଦ୍ଧାମାନେ ନିଆଁକୁ ଆୟତ୍ତକୁ ଆଣିଛନ୍ତି । ନିଆଁ ଯଦିଓ ଲିଭିଲାଣି ତଥାପି କାଁ ଭାଁ ସ୍ଥାନରେ କୁହୁଳୁଛି, ଧୂଆଁ ଉଠୁଛି ବୋଲି ଜଣେ ଅଗ୍ନି ଯୋଦ୍ଧା କହିଛନ୍ତି । ସେପଟେ ନିଆଁ ଲିଭା ନେଇ ଅଗ୍ନିଶମ ବିଭାଗର ଅଧିକାରୀ ରମେଶ ମାଝୀ କହିଛନ୍ତି, ୟୁନିଟ୍‌-୧ ମାର୍କେଟ୍‌ରେ ନିଆଁ ଲାଗିବା ନେଇ ଆମକୁ ୨ଟା ୪୦ରେ ସୂଚନା ମିଳିଥିଲା। ସୂଚନା ମିଳିବାର ମାତ୍ର ୩ ମିନିଟ୍‌ ମଧ୍ୟରେ ଆମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର କାମ ଆରମ୍ଭ କରିଦେଇଥିଲେ। ନିଆଁ ଲିଭାଇବା ପାଇଁ ୧୫ଟି ଗାଡ଼ି ବ୍ୟବହାର କରାଯାଇଥିଲା। ଏଥିରେ ୧୪୦ ଜଣ ଅଗ୍ନି ଯୋଦ୍ଧା ମୁତୟନ ଥିଲେ। ଦୋକାନରେ ଜଳୁଥିବା ଜିନିଷ ଥିଲା। ଏଥିପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପିଗଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କେଉଁଠାରୁ ଏହା ଆରମ୍ଭ ହେଲା ଏନେଇ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ। ନିଆଁ ଲିଭାଇବା ହେଉଛି ଆମର ପ୍ରାଥମିକତା। ସଂପୂର୍ଣ୍ଣ ଭାବେ ନିଆଁ ଆୟତ୍ତ ହେଲା ପରେ ଏହାର କାରଣ ଖୋଜା ଯିବ ବୋଲି ସେ କହିଛନ୍ତି  ।