Odia News Portal

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମପୂରଣ ଅବଧି ବଢ଼ାଇଲେ ରାଜ୍ୟ ସରକାର | ଫର୍ମପୂରଣ ଅବଧି ଫେବ୍ରୁଆରୀ ୧୦ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି | ହାଇସ୍କୁଲ , ଓପନ ସ୍କୁଲ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମଧ୍ୟ ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି | ପୂର୍ବରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଥିଲା ଫର୍ମପୂରଣ ଅବଧି | ତେବେ ଅବଧି ବୃଦ୍ଧି ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି |