Odia News Portal

ମେ ୩ରୁ ମ୍ୟାଟ୍ରିକ୍‌ ଓ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜାନୁଆରୀ ୮ତାରିଖରୁ ଖୋଲିବା ସ୍କୁଲ | ସେହିଭଳି ମେ ୩ରୁ ମ୍ୟାଟ୍ରିକ୍‌ ଓ ମେ’ ୧୫ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି । ସେହିପରି ମେ ୧୫ରୁ ଆରମ୍ଭ ହୋଇ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ +୨ (ଦ୍ୱାଦଶ) ପରୀକ୍ଷା। ଏପ୍ରିଲ ୨୯ରୁ ମେ ୧୪ ଯାଏ ହେବ ଦ୍ୱାଦଶ ପିଲାଙ୍କ ପ୍ରାକ୍ଟିକାଲ୍‌ ପରୀକ୍ଷା । କେବଳ ଦଶମ ଏବଂ ଦ୍ୱାଦଶ ପାଇଁ ଖୋଲିବ ସ୍କୁଲ | ଉଭୟ ଦଶମ ଏବଂ ଦ୍ୱାଦଶ ପାଇଁ ୧୦୦ ଦିନର ପାଠପଢା | ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଯାଏଁ ପାଠପଢ଼ା ଓ ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢ଼ା ଯିବ । ତେବେ ଛୁଟି ଦିନ ଅର୍ଥାତ ଶନିବାର ଓ ରବିବାରରେ ମଧ୍ୟ ପାଠ ପଢ଼ା ଯିବ | ସେ ନେଇ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି | ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ସରକାରୀ ଏବଂ ଘରୋଇ ସ୍କୁଲ ଖୋଲିବ |