Odia News Portal

ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର

ଭୁବନେଶ୍ୱର()  ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର । ସ୍ୱାସ୍ଥ୍ୟା ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ମେଡିକାଲ କଲେଜରେ ୫ ଶହ ଶର୍ଯ୍ୟା ରହିବ । ଅବିଭକ୍ତ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଅନ୍ୟ ୫ଟି ଜିଲ୍ଲାରେ ହସ୍ପିଟାଲ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା ବୌଦ୍ଧ,ନୟାଗଡ,କଳାହାଣ୍ଡି,ରାୟଗଡା ଓନୁଆପଡା ଜିଲ୍ଲାରେ ହସ୍ପିଟାଲ ହେବ । ମୋ ସରକାର ଟିମର ୨ୟ ଦଫା ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଏହାସହ ମୋ ସରକାର କାର୍ଯ୍ୟକ୍ରମ ଅନ୍ୟ ବିଭାଗକୁ ସଂପ୍ରସାରଣ ହେବ । ଡିସେମ୍ବର ୧ ସୁଦ୍ଧା ଆଉ ୫ଟି ବିଭାଗକୁ ସଂପ୍ରସାରଣ ହେବ ବୋଲି ନବୀନ କହିଛନ୍ତି ।