Odia News Portal

୩୧ ସୁଦ୍ଧା କିଣାଯିବ ପଞ୍ଜିକୃତ ଚାଷୀଙ୍କ ଧାନ: ମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ୬ ଦିନ ଧରି ଗୃହରେ ଅଚଳ ଅବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି |ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଏବେ ବି ରାଜ୍ୟରେ ଧାନ କିଣା ଜାରି ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ । ବିଗତ ଖରିଫ ଋତୁ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି । ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ତଦନ୍ତ ଚାଲିଛି । ଟୋକନ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକ ମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ ଆମେ ତାର ସମାଧାନ କରିବୁ । ୧୦୦ ପ୍ୟାକସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ କକ୍ଷତ୍ୟାଗ କରିଛନ୍ତି ବିଜେପି ବିଧାୟକ ।