Odia News Portal

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । MLC ବା ମେଡିକୋ ଲିଗାଲ କେସ୍ କରାଯାଇ ତାଙ୍କୁ ଚିକିତ୍ସା କରାଯାଉଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ପୀଡ଼ିତା ତାଙ୍କ ବିଷୟରେ କିଛି କହି ପାରୁନଥିବା କିମ୍ବା କୌଣସି ତଥ୍ୟ ଦେଇ ପାରୁନଥିବା କହିଛନ୍ତି ପୋଲିସ କମିଶନର ।

ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ଥାନା ଅଧିନ ଅଶୋକନଗର ଅଞ୍ଚଳରୁ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକ। ତାଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଛି । ତାଙ୍କ ଘର ବିହାରରେ ହୋଇଥିବା ସୂଚନା ମିଳିଛି ।