Odia News Portal

ପୁରୀରେ ଲଜ୍ୟା

ପୁରୀ: ପୁରୀରେ ଶିଶୁ କନ୍ୟାକୁ ଦୁଷ୍କର୍ମ । ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ପୀଡିତା । ସୂଚନା ଅନୁସାରେ ଗତକାଲି ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।
ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ମହେଶ ମହାନ୍ତି ବୋଲି ଜଣାପଡିଛି। ସେପଟେ ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛିନ୍ତି ।
ପୁରୀ ଭଳି ଏକ ପବିତ୍ର ସ୍ଥାନରେ ଏପରି ଘଟଣାକୁ ନେଇ ମଧ୍ୟ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସୀ । ଯେଉଁବ୍ୟକ୍ତି ଏହି ଘଟଣାରେ ସଂଶ୍ଲିଷ୍ଟ ଅର୍ଥାତ ଏପରି ଘୃଣ୍ୟ କାର୍ୟ୍ୟରେ ଲିପ୍ତ ରହିଛି, ତାଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଗ୍ରହଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।