Odia News Portal

ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଦେଲେ ଦୁର୍ବୃତ୍ତ ! ପାଣିଟାଙ୍କି ଓ ବୋରଓ୍ବେଲ ସିଲ

ସ୍କୁଲ ବୋରଓ୍ବେଲରେ ବିଷ ମିଶାଇଦେଲେ ଦୁର୍ବୃତ୍ତ ! ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ଏନେଇ ଥାନାରେ ଏତଲା ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ବୋରଓ୍ବେଲରୁ ପାଣି ନିଆଯିବା ବେଳେ ଫେଣ ସୃଷ୍ଟି ସହ ଅଜବ ଗନ୍ଧ ବାହାରିଥିଲା। ଏହାପରେ ପିଲାଙ୍କୁ ପାଣି ବ୍ୟବହାର କରିବାକୁ ବାରଣ କରାଯିବା ସହ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ମାଥିଲି ଥାନାରେ ଏତଲା ଦିଆଯାଇଛି । ପୋଲିସ ଉପସ୍ଥିତିରେ ଜଳଯୋଗାଣ ବିଭାଗର ଅଧିକାରୀ ପହଞ୍ଚି ପରୀକ୍ଷା ପାଇଁ ବୋରୱେଲ ପାଣିର ନମୁନା ସଂଗ୍ରହ କରିଥିଲେ । ପାଣିଟାଙ୍କି ଓ ବୋରଓ୍ବେଲକୁ ସିଲ କରାଯାଇଛି ।