Odia News Portal

ମିଳିଲା ନିଖୋଜ ୩ ବର୍ଷର କୁନିଝିଅ ସ୍ୱାତୀର ମୃତହେହ

ନୟାଗଡରେ ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତହେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ଗାଁର ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି । ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍‌ ନିଖୋଜ ହୋଇଯାଇଥିଲେ ।ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିପାରି ନ ଥିଲା।

ମୃତଦେହ ଉଦ୍ଧାର ହୋଇଥିବା ଉକ୍ତ ପୋଖରୀରେ ପୂର୍ବରୁ ପୋଲିସ ବୁଡମାରି ତନ୍ନତନ୍ନ କରି ଶିଶୁଟିକୁ ଖୋଜିଥିଲା । କାଳେ ପୋଖରୀ କିମ୍ବା କୂଅରେ ସ୍ୱାତୀ ବୁଡି ଯାଇଥିବ, ସେହି ସନ୍ଦେହରେ ଜୋରଦାର ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିପାରି ନ ଥିଲା।ଏ ନେଇ ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ମଧ୍ୟ ଚାଲିଥିଲା । ଅପହରଣ ଅଭିଯୋଗ ଆଧାରରେ ଆଉ ଏକ ଟିମ୍ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରିଥିଲା ।କିନ୍ତୁ ସ୍ୱାତୀର କୌଣସି ଖୋଜ ଖବର ମିଳିପାରିନଥିଲା |

ଗାଁକୁ ଆସିଥିବା କିଛି ଫେରିବାଲା ସ୍ୱାତୀକୁ ଅପହରଣ କରିନେଇଥିବା ସନ୍ଦେହ କରୁଥିଲେ ବାପା, ମାଆ । ଶେଷରେ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର ହୋଇଛି ।ପୂର୍ବରୁ ଉକ୍ତ ପୋଖରୀରେ ପୁଲିସ୍‌ ଖୋଜାଖୋଜି କରି କିଛି ପାଇ ନ ଥିବା ବେଳେ ଆଜି କିପରି ଓ କେଉଁଠୁ ମୃତଦେହ ଆସିଲା, ତାହା ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ଛାନଭିନ ଜାରି ରଖିଛି ।