ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା, ପିକନିକ ସ୍ପଟରୁ ନିଖୋଜ ଥିଲେ ନରେନ୍ଦ୍ର ସାହୁ By Swadhikar News Last updated Aug 27, 2025 ନିଖୋଜ ୟୁଟ୍ୟୁବରଙ୍କ ମିଳିଲା ପତ୍ତା। ଗଞ୍ଜାମ ପାତ୍ରପୁର ବ୍ଲକ ଜରଡ଼ା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଥିବା ପୋଲସରା ଥାନା କଳମ୍ବ ଗ୍ରାମର ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ ମିଳିଛି । ବୁରାତାଳ ପଂଚାୟତର ମାରମାରିଆ ଗାଁରେ ଆଦିବାସୀଙ୍କ ଗହଣରେ ସେ ସୁରକ୍ଷିତ ଅବସ୍ଥାରେ ଥିବା ୟୁଟୁବର ନରେନ୍ଦ୍ର ନିଜେ ଫୋନ କରି ସୂଚନା ଦେଇଛନ୍ତି । ତାଙ୍କ ସନ୍ଧାନ ମିଳିବା ପରେ ଗତ ତିନିଦିନ ଧରି ଉଭୟ ଜରଡ଼ା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବିଭାଗର ଆଶଙ୍କା ଦୂର ହୋଇଛି। ସେ ବର୍ତ୍ତମାନ ମାରମାରିଆ ଗାଁର ରଞ୍ଜନ ଭୂୟାଁଙ୍କ ଘରେ ଥିବା ସୂଚନା ମିଳିଛି । ବାର୍ହାପଥରକୁ ପିକନିକ ପାଇଁ ସେ ଓ ୩ ସାଙ୍ଗ ଶଙ୍କର୍ଷଣ ନାହାକ,ସରୋଜ ଓ ଚିରଞ୍ଜୀବି ପାଣିଗ୍ରାହୀ ରବିବାର ଆସିଥିଲେ । ହେଲେ ସେଠାରେ ସେ ନିଖୋଜ ହୋଇଯାଇଥିଲେ। ସେ ନିଖୋଜ ହେବା ପରେ ତିନିସାଙ୍ଗ ଜରଡ଼ା ଥାନାକୁ ଫେରି ସାଙ୍ଗ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ନରେନ୍ଦ୍ର ପାଣିରେ ଭାସି ଯାଇଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ ଘନୀଭୂତ ହୋଇଥିଲା । କିନ୍ତୁ ସେ କହିଛନ୍ତି ମୁଁ ଶୌଚ କରିବାକୁ ଯାଇଥିଲି ,ହଠାତ ମୋତେ କିଏ ମାରିବାକୁ ଆସିଲା ଭଳି ଲାଗିଲା, ତାପରେ ମୁଁ ଧାଇଁ ଧାଇଁ ପ୍ରାଣ ବିକଳରେ ଅନ୍ୟତ୍ର ଚାଲିଗଲି। ତେବେ ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ । ଜରଡ଼ା ପୋଲିସର ଏକ ଟିମ ମାରମାରିଆ ଗାଁକୁ ଯାଇ ନରେନ୍ଦ୍ରକୁ ଆଣିବ ବୋଲି ଆଇଆଇସି ଟୁନା ସାମଲ ସୂଚନା ଦେଇଛନ୍ତି । missing YouTuberswadhikarswadhikar news Share