ଗଞ୍ଜାମ ଦୁର୍ଘଟଣାରେ ଗୁରୁତ୍ତରଙ୍କୁ ଏମକେସିଜିରେ ସ୍ୱାସ୍ଥବସ୍ଥା ପଚାରି ବୁଝିଲେ ଦୁଇ ମନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ଏକ ଘରୋଇ ବସ୍ ସହିତ ଅଟୋ ମୁହାଁମୁହିଁ ଧକ୍କା ହେବା ଏବଂ ଏଥିରେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମେଡିକାଲରେ ଆହାତଙ୍କ ସ୍ୱାସ୍ଥବସ୍ଥା ପଚାରି ବୁଝିବା ସହିତ କିପରି ଚିକିତ୍ସା ଚାଲିଛି ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ।ଗଞ୍ଜାମର ଏହି ଦୁର୍ଘଟଣାରେ ଛଅ ଜଣଙ୍କ ଜୀବନ ଯିବା ଏବଂ ଏଥିରେ ପାଞ୍ଚ ଜଣ ଗୁରୁତ୍ତର ହେବା ଘଟଣାକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଯେଉଁଥି ପାଇଁ ଏଭଳି ଘଟଣଣା ଘଟିଲା ତାହାର ତଦନ୍ତ କରାଯାଉଥିବା କହିବା ସହିତ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା କହିଛନ୍ତି । ଏପରିକି ଆମେ ଏଥିପ୍ରତି ସଜାଗ ରହିବାର ଆବଶ୍ୟକତା ରହିବା କଥା କାରଣ ଘଟଣା ଘଟିଗଲେ ଜୀବନ ଚାଲିଯିବା ଭଳି ସମ୍ୱେଦନ ବିଷୟ ବୋଲି କହିଛନ୍ତି ମନ୍ତ୍ରୀ । ଗାଡି ଦୂତଗତିରେ ନଚଲାଇବା ଠାରୁ ଆରମ୍ଭ କରି ରାସ୍ତା କଡରେ ପାର୍କିଂ ଭଳି ସଡ଼କ ସୁରକ୍ଷାକୁ ନେଇ ବ୍ୟାପକ ଧରପଗଡ଼ ହେଉଥିବା କହିଛନ୍ତି ମନ୍ତ୍ରୀ ।ସେପଟେ କିପରି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାକୁ ନେଇ ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ । ଦୁର୍ଘଟଣା ପରେ ଜିଲ୍ଲା ପରିବହନ ଅଧିକାରୀ ଦୁର୍ଘଟଣା ଘଟିଥିବା ପୁରୁଷୋତ୍ତମପୁର ଥାନା ଅଧିନ ଲଡକାପଲ୍ଲୀ ଅଞ୍ଚଳକୁ ବୁଲ୍ଲି ଦେଖିବା ସହିତ କିପରି ଯାତ୍ରୀବାହୀ ବସ୍ ଆସୁଥିଲା ଏବଂ ଅଟୋରିକ୍ସା ସହ କିପରି ଧକ୍କା ହେଲା ତାହାକୁ ଦେଖିଛନ୍ତି ।
