Odia News Portal

କରୋନା ନେଇ ମୋ ବସରେ ଉପରେ ଲାଗିଲା କଟକଣା

ଭୁବନେଶ୍ବର () କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ମୋ ବସରେ ଯାତ୍ରା ଉପରେ କଟକଣା ଲାଗିଛି। ଆଜି କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, କେବଳ ମେଡିକାଲକୁ ଯାଉଥିବା ଲୋକ, ବିମାନ ଓ ରେଳରେ ଅନ୍ୟ ସହରରୁ ଆସିଥିବା ଯାତ୍ରୀ ହିଁ ମୋ ବସରେ ଯାତ୍ରା କରିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ରେଳ ଓ ବିମାନରେ ଆସୁଥିବା ଯାତ୍ରୀ ଟିକେଟ୍ ଦେଖାଇବେ ଏବଂ ହସ୍ପିଟାଲ ଯିବାକୁ ଥିବା ଲୋକ ପ୍ରେସକ୍ରିପସନ୍ କିମ୍ବା ତାଙ୍କ ଅସୁସ୍ଥତାର ପ୍ରମାଣ ଦେଖାଇଲେ ମୋ ବସରେ ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ମୋ ବସ୍ ୬ଟି ରୁଟ୍ ରେ ଯାତାୟାତ କରିବ। ମୋଟ୍ ୧୭ ଟି ବସ୍ ଚାଲିବ। ପ୍ରତି ରୁଟରେ ଗୋଟିଏ ଘଣ୍ଟା ବ୍ୟବଧାନରେ ବସ୍ ଯାତାୟାତ କରିବ।