Odia News Portal

ଅନଲାଇନ୍ କ୍ଲାସବେଳେ ଫାଟିଲା ମୋବାଇଲ

ଫୁଲବାଣୀ: ଫାଟିଲା ମୋବାଇଲ । ଅଳ୍ପକେ ବର୍ତ୍ତିଲେ ଛାତ୍ର । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏଭଳି ଖବର । ବଲାଙ୍ଗୀର ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ର ସ୍ୱାତିକ ପଟ୍ଟନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନଲାଇନ କ୍ଳାସ ସାରିବା ପରେ ମୋବାଇଲ ଖଟ ଉପରେ ଥୋଇଥିଲେ । ତେବେ ଜୋରରେ ସାଉଣ୍ଡ ହେବାରେ ସେ ଆସି ଦେଖିଥିଲେ । ମାତ୍ର ସେ ଆସି ଦେଖିଲା ବେଳକୁ ମୋବାଇଲ ଫାଟିଯାଇଯାଇଛି । ନିଆଁ ଲାଗିଯାଇଥିଲା । ଏହାପରେ ସେ ତାଙ୍କ ମା ଓ ଆଇଙ୍କୁ ଡାକିଥିଲେ । ପାଣିଢ଼ାଳି ନିଆଁକୁ ଆୟତ କରିଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

କରୋନା କଟକଣା ଯୋଗୁଁ ଏବେ ସ୍କୁଲ କଲେଜ ବନ୍ଦ ରହିଛି । ଛାତ୍ର ଛାତ୍ରୀମାନେ ଘରେ ରହି ଅନଲାଇନରେ ପାଠ ପଢ଼ୁଛନ୍ତି । ତେବେ ମୋବାଇଲ ଅଧିକ ସମୟ ଅନ ରହୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ତେବେ ପୂର୍ବରୁ ମଧ୍ୟ ମୋବାଇଲ ଫାଟିଥିବାର ନଜିର ରହିଛି । ଏଣୁ ମୋବାଇଲ ବ୍ୟବହାର କରିବା ବେଳେ ଛାତ୍ର ଛାତ୍ରୀ ଧ୍ୟାନର ସହ ବ୍ୟବହାର କରନ୍ତୁ ।