ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତି ଓ ଜୀବନହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍ ଯୋଗେ କଥା ହୋଇ ସେ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋଦି ଗଭୀର ସମବେଦନା ଜଣାଇଛନ୍ତି। ଏହି କଷ୍ଟକର ସମୟରେ ଭାରତର ଲୋକମାନେ ନେପାଳର ଭାଇ ଓ ଭଉଣୀମାନଙ୍କ ସହ ଏକତାରେ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ, ନେପାଳର ବନ୍ୟା ପରିସ୍ଥିତିକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ବନ୍ୟା ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଛନ୍ତି।
