ମାଲେସିଆର ଅଗ୍ରଣୀ ବ୍ୟବସାୟୀଙ୍କୁ ଭେଟିଲେ ମୋଦୀ By Swadhikar News Last updated Feb 9, 2026 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାଲେସିଆର ଚାରିଜଣ ଶିଳ୍ପପତିଙ୍କ ସହ ମତ ବିନିମୟ କରିଛନ୍ତି। ସେ ପେଟ୍ରୋନାସର ସଭାପତି ତଥା ଗ୍ରୁପ୍ ସିଇଓ ତନ୍ ଶ୍ରୀ ତେଙ୍ଗକୁ ମହମ୍ମଦ ତୌଫିକ, ବରଜୟା କର୍ପୋରେସନ ବରହାଦର ପ୍ରତିଷ୍ଠାତା ତନ୍ ଶ୍ରୀ ଦାତୋ ସେରି ଭିନ୍ସେଣ୍ଟ ତନ୍ ଚି ୟିଉନ୍, ଖଜାନାହ ନେସନାଲ ବରହାଦ ପରିଚାଳନା ନିର୍ଦ୍ଦେଶକ ଦାତୋ ଅମିରୁଲ ଫୈସଲ ୱାନ ଜାହିର ଏବଂ ଫିସନ୍ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ଦାତୋ ପୁଆ ଖେନ୍ ସାଙ୍ଗଙ୍କ ସହ କଥା ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଭାରତ ଏବଂ ମାଲେସିଆ ମଧ୍ୟରେ ବଢ଼ୁଥିବା ବ୍ୟବସାୟିକ ସମ୍ପର୍କ ଏବଂ ଭାରତର ବିକାଶ କାହାଣୀରେ ମାଲେସୀୟ କମ୍ପାନିଗୁଡ଼ିକର ଆଗ୍ରହକୁ ପ୍ରଶଂସା କରିଥିଲେ। ନିକଟ ଅତୀତରେ ଭାରତରେ ବ୍ୟବସାୟ ପରିବେଶକୁ ସହଜ କରିବା ଲାଗି ନିଆଯାଇଥିବା ସଂସ୍କାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ। ବିଶେଷକରି ଭିତ୍ତିଭୂମି, ଅକ୍ଷୟ ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ମାଲେସୀୟ ସଂସ୍ଥାଗୁଡ଼ିକୁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗର ଲାଭ ନେବାକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ କୁଆଲାଲମ୍ପୁରରେ ଗତ ୭ ତାରିଖରେ ଅନୁଷ୍ଠିତ ଦଶମ ଭାରତ-ମାଲେସିଆ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ ଏହି ଆଲୋଚନାଗୁଡ଼ିକ ଭାରତ-ମାଲେସିଆ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଆହୁରି ମଝବୁତ୍ କରିବ। swadhikarswadhikar news Share