Odia News Portal

ଆଜି ୟୁଏନଜିଏର ୭୬ ତମ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬.୩୦ ରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରିବେ। ଆତଙ୍କବାଦ, କରୋନା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକୁ ଏକ ବାର୍ତ୍ତା ଦେବେ।

ଆଜି ମିଳିତ ଜାତିସଂଘ ସାଧାରଣ ସଭାରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଉପରେ ବିଶ୍ୱର ଅନେକ ଦେଶର ନଜର ରହିବ। ବିଶେଷ କରି ପାକିସ୍ତାନ ଏବଂ ଚୀନ୍ ଉପରେ କାରଣ ଆଶା କରାଯାଉଛି ଯେ ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦୀ ସହଯୋଗୀ ଦଳ ଉପରେ ଆକ୍ରମଣ କରିବେ।

ସୂଚନାଯୋଗ୍ୟ, ୨୦୧୪ ରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ୟୁଏନଜିଏରେ ଏକ ଭାଷଣ ଦେଇଥିଲେ, ସେତେବେଳେ ସେ କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢେଇରେ ସମସ୍ତ ଦେଶର ସହଭାଗିତା ଆବଶ୍ୟକ । ସେ ଏହି ଭାଷଣରେ ଅହୁରୀ ମଧ୍ୟ କହିଥିଲେ କି ଆତଙ୍କବାଦ ବିରୋଧରେ ଆମେ ସତର୍କ ଏବଂ କ୍ରୋଧିତ ମଧ୍ୟ। ଆମେ ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଉଛୁ । ଏଥର ମଧ୍ୟ ଆଫଗାନିସ୍ତାନ ଉପରେ ଚୀନ୍-ପାକିସ୍ତାନର ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ରମଣ କରିପାରନ୍ତି ।