ଦଳରୁ ସସପେଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ । କିଛି ନିସ୍ତସ୍ୱାର୍ଥ ବ୍ୟକ୍ତି ଯାହା ପାଦ ତଳେ ମାଟି ନଥାଏ ସେ ଏମିତି କାମ କରନ୍ତି । ନିଜ ଚୌକି ସୁରକ୍ଷିତ କରିବାକୁ ଏଭଳି ଭୁଲ ନିଷ୍ପତ୍ତି ନେଇଥାନ୍ତି । ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି । ସେ କୁହନ୍ତୁ ,ମୁଁ କଣ ଦଳ ବିରୋଧୀ କାମ କରିଛି । ଦଳର ସମସ୍ତଙ୍କୁ ଏକାଠି କରିବାକୁ କାର୍ଯ୍ୟ କରିଥିଲି । ମୁଁ ଦୁôଃଖିତ,ଯେଉଁ ଦଳ ପାଇଁ ଏତେ କରିଛି,ମୋତେ ବୁଝି ପାରିଲାନି । ୨୦୨୪ରେ ଦଳର ମୁଖ୍ୟ କିଏ ଥିବେ, କିଏ ଟିକେଟ ବାଣ୍ଟିବେ ଜଣାପଡିବ । ଦଳରୁ ଟିକେଟ ନମିଳିଲେ ସ୍ୱାଧୀନ ଭାବେ ଲଢିବି ବୋଲି ଦୁଢୋକ୍ତି ପ୍ରକାଶ କରିଛନ୍ତି ମହମ୍ମଦ ମୋକିମ୍ । ସାମୟିକ ଭାବେ ସସପେଣ୍ଡ ହୋଇଛି,ହୁଏତ ସସପେଣ୍ଡ ଉଠିଯାଇପାରେ ବୋଲି କହିଛନ୍ତି ମୋକିମ୍ ।