Odia News Portal

ଧଳ ସାମନ୍ତଙ୍କ ଘରୁ ପୁଣି ବନ୍ଧୁକ ଗୁଳି ସହ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଗତକାଲି ଠାରୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେଶନ ଆଜି ଶେଷ ହୋଇଛି | ସର୍ଚ୍ଚ ଅପରେଶନ ଶେଷରେ ତାଙ୍କ ଘରେ ଥିବା ସିକ୍ରେଟ ଚ୍ୟାମ୍ବରରୁ ୩ଟି ବନ୍ଧୁକ ଓ ୧୭୫ ରାଉଣ୍ଡ ଗୁଳି,କେତେକ ମାଗାଜିନ ସହ ନଗଦ ୧୬.୫ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି | ବର୍ଷେରୁ ଅଧିକ ଦିନ ହେବ ଧଳସାମନ୍ତ ଭାଇ ସୁଶାନ୍ତ ଓ ଭାଇ ସୁଶୀଲ ଅଲଗା ଅଲଗା ଜେଲ୍ ରେ ଥିବା ସମୟରେ ସେମାନଙ୍କ କଟକ ଘର ପାଲଟିଛି ଗୁଳି-ବନ୍ଧୁକର ଗୋଦାମ ।

୧୦ ଦିନ ଭିତରେ ଏକାଧିକ ଥର ରେଡ୍ କରିବା ପରେ ମଧ୍ୟ ପ୍ରତିଥର ପୋଲିସ ଗୁଳି ଓ ବନ୍ଧୁକ ଜବତ କରୁଛି । କେଉଁଠୁ ବନ୍ଧୁକ ଆସୁଛି ଆଉ କିଏ ଚଳାଇଛି ଏହି ବେଆଇନ ବନ୍ଧୁକ ଚୋରା କାରବାର ? ଏ ନେଇ ପୁଣି ଡି ବ୍ରଦର୍ସଙ୍କ ଘରେ ଚାଲିଥିଲା ସର୍ଚ୍ଚ ଅପରେସନ୍ । ବେଆଇନ ବନ୍ଧୁକ କାରବାରର ଚେର ଆଉ କେଉଁ ଆଡେ ମାଡିଛି ସେ ନେଇ ସୁଶୀଲ ଧଳସାମନ୍ତ ଉପସ୍ଥିତିରେ ସର୍ଚ୍ଚ ଅପରେସନ୍ ଚାଲିଥିଲା ।

ଶୁକ୍ରବାର ସର୍ଚ୍ଚ ଅପରେସନ୍ ବେଳେ ଡି ବ୍ରଦର୍ସଙ୍କ ଘରୁ ସର୍ଚ୍ଚ ଅପରେସନ୍ ବେଳେ ସିକ୍ରେଟ୍ ଚାମ୍ବରରୁ ୩ଟି ବନ୍ଧୁକ , ୧୭୦ ରାଉଣ୍ଡରୁ ଅଧିକ ଗୁଳି ଏବଂ ୧୦ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା କମିଶନରେଟ୍ ପୋଲିସ । ଶୁକ୍ରବାର ସକାଳ ୧୧ଟାରୁ ରାତି ୭ଟା ଯାଏଁ ସର୍ଚ୍ଚ ଅପରେସନ୍ କରିଥିଲା କମିଶନରେଟ୍ ପୋଲିସ । ଏଥିସହିତ ଗତକାଲିଠାରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଆଜି ଶେଷ ହୋଇଥିବା ସୂଚନା ଦେଇଛନ୍ତି ଡିସିପି। ଅପରାଧ ଦୁନିଆର ଏହି ଦୁଇ ଭାଇ ବାଲିଘାଟ, ମଦ ଦୋକାନରୁ ଲୋକ ଲଗାଇ ଦାଦାବଟି ଆଦାୟ କରୁଥିଲେ। ବଟି ଆଦାୟ ଏବଂ ଅସ୍ତ୍ରଶସ୍ତ୍ର ରଖିବା ନେଇ ତଦନ୍ତ ଚାଲୁ ରହିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।