Odia News Portal

୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ପୁଲିସ କନଷ୍ଟେବଲ ଗିରଫ

ଗଞ୍ଜେଇ ଚାଲାଣ ଅଭିଯୋଗରେ ବୌଦ୍ଧ ଥାନା ବାଘିଆପଡ଼ା ଫାଣ୍ଡି ପୁଲିସ୍ ଜଣେ କନଷ୍ଟେବଲଙ୍କୁ ଗିରଫ କରିଛି। ତାଙ୍କ ନାଁ ନିଧି ସାହୁ। ସେ ବୌଦ୍ଧ ଜିଲ୍ଲା ବଳସିଙ୍ଗା ପୁଲିସ ରିଜର୍ଭରେ କନଷ୍ଟେବଲ ଭାବେ ନିଯୁକ୍ତ ହୋଇଥିଲେ।ଗଞ୍ଜେଇ ଚାଲାଣ ଅଭିଯୋଗରେ ବୌଦ୍ଧ ଥାନା ବାଘିଆପଡ଼ା ଫାଣ୍ଡି ପୁଲିସ୍ ଜଣେ କନଷ୍ଟେବଲଙ୍କୁ ଗିରଫ କରିଛି। ତାଙ୍କ ନାଁ ନିଧି ସାହୁ। ସେ ବୌଦ୍ଧ ଜିଲ୍ଲା ବଳସିଙ୍ଗା ପୁଲିସ ରିଜର୍ଭରେ କନଷ୍ଟେବଲ ଭାବେ ନିଯୁକ୍ତ ହୋଇଥିଲେ।ବାଘିଆପଡ଼ା ଫାଣ୍ଡି ପୁଲିସ ଗତକାଲି ବରକୁଡ଼ା ଛକ ନିକଟରେ କନଷ୍ଟେବଲ ନିଧି ସାହୁଙ୍କୁ ଅଟକାଇ ଥିଲା। ସେ ବାଇକ୍‌ରେ ଯାଉଥିବା ବେଳେ ସନ୍ଦେହରେ ତାଙ୍କୁ ଅଟକାଇ ଥିଲେ ପୁଲିସ୍ ଟିମ୍‌। ଯାଞ୍ଚ ବେଳେ ତାଙ୍କ ବାଇକ୍‌ରୁ ୧୦ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ପଚରାଉଚରା ବେଳେ ସେ ବଳସିଙ୍ଗା ପୁଲିସ୍‌ ରିଜର୍ଭରେ କନଷ୍ଟେବଲ ଭାବେ ନିୟୋଜିତ ହୋଇଥିବା ଜଣାପଡ଼ିଥିଲା।ବୌଦ୍ଧକୁ ଗଞ୍ଜେଇ ମୁକ୍ତ ଜିଲ୍ଲା କରିବା ପାଇଁ ପ୍ରାୟାସ କରାଯାଉଥିବା ଏସ୍‌ପି ରାହୁଲ ଗୋଏଲ କହୁଥିବା ବେଳେ ଗଞ୍ଜେଇ ଚାଲାଣ କରି ଜଣେ କନଷ୍ଟେବଲ ଧରାପଡ଼ିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏସ୍‌ପି କହିଛନ୍ତି ଯେ ଯିଏ ବି ଗଞ୍ଜେଇ ବେପାରରେ ସାମିଲ ହେବେ, ତାଙ୍କୁ ଛଡ଼ା ଯିବ ନାହିଁ। ପୁଲିସ୍ କର୍ମଚାରୀ ଏଥିରେ ସାମିଲ ହେଲେ, ସେମାନଙ୍କୁ ବି ଛଡ଼ା ଯିବ ନାହିଁ। ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।