Odia News Portal

୫ ଦିନ ପରେ ଖୋଲିଲା ସ୍କୁଲ, ସକାଳୁଆ ପାଠପଢ଼ା

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ସକାଳୁଆ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିଛି । ସକାଳ ୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିକଟରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିଥିଲା । ତାପମାତ୍ରା ବଢିବା ପରେ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ଯାଏ ମୋଟ ୫ ଦିନ ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ।