ମାଆ ବିରଜାଙ୍କ ସ୍ୱନକ୍ଷତ୍ର ଦିବସ । ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ପାଳିତ ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଆଙ୍କ ମନ୍ଦିର ହୋଇ ଉଠିଛି ଚଳଚଂଚଳ । ମାଆଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ପ୍ରାତଃ ସମୟରେ ମାଆଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବେଦ୍ୟ ଅର୍ପଣ କରାଯାଇଛି । ମାଆଙ୍କର ଏହି ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
