Odia News Portal

ସମ୍ମାନୀତ ହେବେ ସାଂସଦ

ନିଜ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିବ ଆଉ ଏକ ସମ୍ମାନ । ଶ୍ରୀ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ-ଗୌରବ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି ଅପରାଜିତା ।
ତାଙ୍କୁ honorary D.LITT ଉପାଧି ରେ ସମ୍ମାନିତ କରାଯିବ । ଖୁବ୍ ଶୀଘ୍ର ଆସନ୍ତା ୯ ଜାନୁଆରୀ ରେ ସାଂସଦଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ଏହି କାର୍ଯ୍ୟକ୍ରମକୁ ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ MIT Art, Design & Technology University ଆନୁକୂଲ୍ୟରେ ଆୟେଜନ କରାଯିବ ।
ତେବେ ପ୍ରଶାସନିକ ସେବା ଏବଂ ଦକ୍ଷ ରାଜନୈତିକ ବ୍ୟକ୍ତିତ୍ୱ ଭାବେ ବେଶ ପରିଚିତ ଅପରାଜିତା ଷଡଙ୍ଗୀ ।