Odia News Portal

ରାଜଧାନୀରେ ଚାଞ୍ଚଲ୍ୟ

ରାଜଧାନୀ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଚାଞ୍ଚଲ୍ୟ । ବିବାହକୁ ମାତ୍ର ୨ ମାସ ହୋଇଥିଲା । ଚାକିରୀ ପାଇଁ ହଷ୍ଟେଲରେ ରହୁଥିଲେ ଶାଳୀ ସରସ୍ୱତୀ ସେଠୀ । କିନ୍ତୁ ଭିଣୋଇର କଟୁରୀ ଚୋଟରେ ଚାଲିଯାଇଛି ଜୀବନ । ଭଉଣୀ-ଭିଣୋଇଙ୍କ ପାରିବାରିକ କଳହରେ ଭିଣୋଇର ଆକ୍ରୋଶର ଶିକାର ହୋଇଗଲେ ଶାଳୀ । ଏବେ ସ୍ତ୍ରୀକୁ ହରାଇ କାନ୍ଦୁଛନ୍ତି ସ୍ୱାମୀ । ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସ୍ୱାମୀ ବିଜୟକେତନ ସେଠୀକୁ ଗିରଫ କରିଛି ପୋଲିସ । ଗୁରୁବାର ରାତିରୁ ଦୁହିଁଙ୍କୁ ହତ୍ୟା କରିଥିଲା ସଇତାନ ସ୍ୱାମୀ । ଆଜି ଘରୁ ପଚା ଗନ୍ଧ ବାହାରିବାରୁ ଶବ ଲୁଚାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ବିଜୟ । ହେଲେ ଶଶୁର ଏବଂ ସ୍ଥାନୀୟ ଲୋକଙ୍କ ହାବୁଡରେ ଧରାପଡିଯାଇଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ କଳହ ଏବଂ ସନ୍ତାନ ହେଉନଥିବାରୁ ସ୍ତ୍ରୀ ଗାୟତ୍ରୀ ସେଠୀକୁ ହାଣି ମାରିଦେଇଥିବା ଚର୍ଚ୍ଚା ହେଉଛି । ୨୦୧୧ରେ ଗାୟତ୍ରୀଙ୍କୁ ବିବାହ କରିଥିଲେ ବିଜୟ । ଶାଳୀ ହଷ୍ଟେଲରେ ରହି ଚାକିରୀ କରୁଥିଲେ । ହଠାତ ସେହିଦିନ ଶାଳୀ ତାଙ୍କ ଘରକୁ କାହିଁକି ଆସିଥିଲେ । ତାହା ଜଣାପଡିନାହିଁ