Odia News Portal

ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡ,୨ ଗିରଫ

କଟକ ବିଡ଼ାନାସୀ ଭୁଆଶୁଣୀ ପଠାରେ ଜଣେ ବିହାରୀ ମିସ୍ତ୍ରୀକୁ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମୁନିକାଲ୍ ଓ ତା’ ସହଯୋଗୀ କୈଳାସ । ସୁପାରୀ ନେଇ ଏମାନେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ବେଳେ ସୁପାରୀ ଦେଇଥିବା ପଙ୍କଜକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଏକ ପ୍ରେସ୍ ମିଟ୍‌ରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ୍ ସିଂହ । ତେବେ ଗିରଫ ଦୁଇଜଣଙ୍କୁ ଧରି ପୁଲିସ୍ ଆଜି ହତ୍ୟା ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଅଭିଯୁକ୍ତଙ୍କ ଜରିଆରେ ସିନ୍ ରିକ୍ରିଏସନ୍ କରିଥିଲା ।