Odia News Portal

ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ

ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଧାରୁଆ ଅସ୍ତ୍ରରେ ଆଘାତ କରି ଦୁଇ ଯୁବକଙ୍କ ମୁହଁକୁ ବିକୃତ କରି ହତ୍ୟା କରାଯାଇଛି । ମୃତକମାନେ ହେଲେ ଇନ୍ଦ୍ରଜିତ ସ୍ୱାଇଁ ଓ ସଞ୍ଜୟ ଦାସ ।

ଟାଙ୍ଗରପାଲି ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ପରଠୁ ଅଭିଯୁକ୍ତମାନେ ଫେରାର ଅଛନ୍ତି । ରାଉରକେଲା ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୋଗ ହୋଇଛି, ଇନ୍ଦ୍ରଜିତ ଓ ସଞ୍ଜୟ ଦୁହେଁ ମିଶି ଗଞ୍ଜୁ ନାମକ ଜଣେ ଯୁବକ ସହ ଭୋଜି କରିବାକୁ ଯାଇଥିଲେ । ହତ୍ୟାରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଇନ୍ଦ୍ରଜିତଙ୍କ ପରିବାର ।