Odia News Portal

ନବଙ୍କ ଆତ୍ମାକୁ ମୋକ୍ଷ ଦେବା ପାଇଁ ଅସ୍ଥି ବିସର୍ଜନ କଲେ ପୁଅ

ଆଜିକୁ ୧୦ ଦିନ ପୂରିଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ। ପିତାଙ୍କ ଦଶାହ କ୍ରିୟାକର୍ମ ପାଇଁ ପ୍ରୟାଗରାଜରେ ଅଛନ୍ତି ପୁଅ ବିଶାଳ ଦାସ। କ୍ରିୟାକର୍ମ ପୂର୍ବରୁ ତ୍ରିବେଣୀ ସଙ୍ଗମରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ।

କୁହାଯାଏ ଯେ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ଶାନ୍ତି ଓ ମୋକ୍ଷ ମିଳିଥାଏ। ଯେଉଁଥି ପାଇଁ ଦୁଇ ଦିନ ପୂର୍ବରୁ ପ୍ରୟାଗରାଜରେ ପହଞ୍ଚିଥିଲେ ବିଶାଳ ଦାସ।

ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୦ ଦିନ ବିତିଯାଇଥିଲେ ବି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ହତ୍ୟାର ପ୍ରକୃତ କାରଣ ଏଯାବତ ପାଇନାହିଁ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ ଦଳ।

ନବଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଉଦ୍ଦେଶ୍ୟ ଥାଇପାରେ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏପରିକି ବିଜେଡି ଦଳରୁ କେହି ତାଙ୍କର ଶତ୍ରୁ ହତ୍ୟା କରିଥିବେ ବୋଲି ବିରୋଧୀ କହିଛନ୍ତି। ଯାହା ଏବେ ନବଙ୍କ ହତ୍ୟାକାଣ୍ଡ ମାମଲାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି।