Odia News Portal

ଲୋକପ୍ରିୟ ନବୀନ – ସୁରତରେ ବି ନମ୍ବର ୧

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ନମ୍ବର ଓାନ, ସୁରତରେ ବି ନମ୍ବର ୧ । ସୁତରରେ ଆୟୋଜିତ ଓଡିଆ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ପହଁଚିଥିବା ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱଶିତ ସମ୍ବର୍ଦ୍ଧନା ମିଳିଛି । ପ୍ରାୟ ୩ ଲକ୍ଷ ସୁରତର ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅହିଂସା, ଶାନ୍ତି ଓ ବିକାଶର ପାଠ ପଢାଇବା ସହ ସୁରତର ପ୍ରବାସୀ ଓଡିଆଙ୍କ ବିଭିନ୍ନ ଦାବି ପୁରଣର ଦୃଢ ପ୍ରତିଶୃତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ସାରା ବିଶ୍ୱ ବାପୁଜୀଙ୍କର ୧୫୦ତମ ଜନ୍ମବାର୍ଷିକ ପାଳନ କରୁଛି । ଏହି ଅବସରରେ ଆଜି ବାପୁଜୀଙ୍କ ଜନ୍ମଭୂମୀ ଗୁଜୁରାଟକୁ ଆସି ମୁଁ ବହୁତ ଖୁସି । ବାପୁଜୀ ଥିଲେ ଅହିଂସାର ପୂଜାରୀ । ବାପୁଜୀଙ୍କର ୧୫୦ଜନ୍ମ ବାର୍ଷିକ ଅବସରରେ ଅହିଂସାକୁ ଆମ ସମ୍ବିଧାନର ମୁଖ୍ୟ ବନ୍ଧନରେ ସ୍ଥାନ ଦେଲେ ତାହା ହେବ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳୀ ।
ସେ କହିଥିଲେ ଯେ, ଅହିଂସା ସହିତ ଶାନ୍ତି ଏବଂ ଶାନ୍ତି ସହିତ ବିକାଶର ସମ୍ପର୍କ ରହିଛି । ବିକାଶ ଆଜି ଓଡିଶାର ପରିଚୟ ହୋଇଛି । ଓଡିଶାର ଦକ୍ଷତା ଆଜି ଓଡିଶାର ପରିଚୟ ହୋଇଛି । କଳା ସଂସ୍କୃତି ସହିତ ଦକ୍ଷ ମାନବ ସମ୍ବଳ ଆଜି ଓଡିଶାର ପରିଚୟ ହୋଇଛି । ଓଡିଆଙ୍କ ଭଲପଣ ଆଜି ଓଡିଶାର ପରିଚୟ ହୋଇଛି । ଓଡିଆ ଜାତି ଆଜି ଆତ୍ମ ବିଶ୍ୱାସ ସହ ଆଗକୁ ବଢିଛି । ଓଡିଶାର ବିକାଶରେ ଓ ଗୌରବରେ ସବୁ ଓଡିଶାବାସୀଙ୍କ ଅବଦାନ ରହିଛି । ସୁତରରେ ବହୁ ଓଡିଆ ଭାଇଭଉଣୀ ରହୁଛନ୍ତି । ଓଡିଶା ଓ ଗୁଜୁରାଟ ଦୁଇ ରାଜ୍ୟର ବିକାଶରେ ଆପଣମାନଙ୍କ ଅବଦାନ ରହିଛି । ଆପଣଙ୍କ ବିଭିନ୍ନ ଦାବି ବିଷୟରେ ମୁଁ ଜାଣିବାକୁ ପାଇଲି । ସୁରତରେ ପ୍ଲସ ଟୁ କଲେଜ ଖୁବଶୀଘ୍ର ଖୋଲିବା ପାଇଁ ଆମେ ଚେଷ୍ଟା କରୁଛୁ । ସୁରତରେ ରହି ଓଡିଆ ପିଲାମାନେ ମାଟ୍ରିକ ପରୀକ୍ଷା ଦେବା ବିଷୟରେ ବିଚାର କରି ଆମେ ପଦକ୍ଷେପ ନେବୁ ।
ସୁରତର ଓଡିଆ ପିଲାମାନଙ୍କ ପାଇଁ ଓଡିଶା ସରକାର ଟେଷ୍ଟ ବୁକ ଯୋଗାଇ ଦେବେ । ସୁରତରେ ଓଡିଆ କଚରାଲ ସେଣ୍ଟର ପାଇଁ ଯାଗା ଦେବାକୁ ମୁଁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ମୁଁ ଏହି ସେଣ୍ଟର ପାଇଁ ୧୦ କୋଟି ଟଙ୍କା ଘୋଷଣା କରୁଛି । ବ୍ରହ୍ମପୁରରୁ ତୁରନ୍ତ ଟ୍ରେନ ଓ ଭୁବନେଶ୍ୱରରୁ ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି । ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଯେପରି ଦେଶର ସବୁ ଅଂଚଳରେ ରହୁଥିବା ସବୁ ଓଡିଆଙ୍କ ପାଖରେ ପହଁଚିପାରିବ ସେଥିପାଇଁ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁରତରେ ରହି ମଧ୍ୟ ଆପଣମାନେ ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ । ଏହି ଯୋଜନାରେ ଏପିଏଲ ବିପିଏଲ ପ୍ରଭେଦ କିଛି ନାହିଁ । ପରିବାର ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଥିବା ବେଳେ ମହିଳା ମାନଙ୍କ ପାଇଁ ୭ ଟଙ୍କାର ଚିକିତ୍ସା ସୁବିଧା ରହିଛି । ସେହିପରି ବୟନ ଓ ହସ୍ତତନ୍ତ ଉପରୁ ଜିଏସଟି କମ୍ କରିବାକୁ ଆମ ଉଦ୍ୟମ ଜାରିରହିବ । ସେହିପରି ନଭେମ୍ବରରେ ହୋଇଥିବା ମେକ ଇନ ଓଡିଶା ପୁଂଜି ବିନିଯୋଗ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି ପୁଂଜି ବିନିଯୋଗ ଦ୍ୱାରା ୫ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତୁ ସମସ୍ତେ ମିଶି ଓଡିଶା ମାର ଗୌରବ ବୃଦ୍ଧି ପାଇଁ ଏହିପରି କାମ କରିଚାଲିବା ।