Odia News Portal

ଓଡ଼ିଶାର ଦକ୍ଷ ଆରକିଟେକଚର ନମିତା

ଓଡିଶାରେ ରାଜ୍ୟ ସରକାର କର୍ମଚାରୀଙ୍କର କାର୍ଯ୍ୟ ଦକ୍ଷତାକୁ ନେଇ ଚାକିରୀର ସମୟ ସୀମା ବଢାଇବା ବହୁ ସମୟରେ ନଜର ରହିଛି । ଦକ୍ଷ ଅଫିସର ହୁଅନ୍ତୁ କିମ୍ବା କୌଣସି ସରକାରୀ କର୍ମଚାରୀ ହୁଅନ୍ତୁ ସବୁ ସମୟରେ ରାଜ୍ୟ ସରକାର ଓଡିଶାର ହିତ ପାଇଁ ତାଙ୍କ କାର୍ଯ୍ୟକାଳର ଧାର୍ଯ୍ୟ ସମୟସୀମା ବଢାଇଥାନ୍ତି । ଆଜି ବି ଆମ ରାଜ୍ୟରେ ଦକ୍ଷ ସଚିବ ମାନଙ୍କର କାର୍ଯ୍ୟର ଅବଧି ଶେଷ ପରେ ତାଙ୍କର ଦକ୍ଷତା ପାଇଁ ରାଜ୍ୟସରକାର ତାଙ୍କର ସମୟସୀମା ବଢାଇଛନ୍ତି । ସେମିତି ଏକ ଦକ୍ଷ ଆରକିଟେକ୍‌ଚର ହେଉଛନ୍ତି ନମିତା ମହାପାତ୍ର ।

ଗତ ତା ୩୧.୦୩.୨୦୨୩ ରିଖରେ ତାଙ୍କର ଚାକିରୀର ସମୟସୀମା ଶେଷ ହୋଇଥିଲା । ଅନ୍ୟ ପକ୍ଷରେ ତାଙ୍କର କାର୍ଯ ଦକ୍ଷତାକୁ ଯଦି ଦେଖିବା ତେବେ ସେ ଓଡିଶା ଆରକିଟେକଚର ଇତିହାସରେ ଆଜି ଯାଏଁ ଯେଉଁ ଭଳି କାମ କେହି କରିପାରିନଥିଲେ ତାହା ସେ କରି ଦେଖାଇଥିଲେ । ତାଙ୍କ ରେକର୍ଡ ଦେଖିଲେ ଯାହା ଜଣାପଡେ ସେ ଖୁବ ଅଳ୍ପ ସମୟ ମଧ୍ୟରେ ବହୁ ବଡ ବଡ ପ୍ରୋଜେକ୍ଟ ଶେଷ କରିଛନ୍ତି । ଏମିତିକି ବିଗତ ଦିନରେ ମାତ୍ର ୪୫ ଦିନ ଅର୍ଥାତ ଦେଢ ମାସ ଭିତରେ ୬ ଗୋଟି ବଡ ପ୍ରୋଜେକ୍ଟକୁ ସେ ଶେଷ କରିପାରିଛନ୍ତି । ଯାହାକି ଓଡିଶା ଆରକିଟେକ ଡିପାର୍ଟମେଣ୍ଟର ଇତିହାସରେ ପ୍ରଥମଥର ପାଇଁ ଏହା ହୁଏତ ନମିତାଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ତାଙ୍କର କାର୍ଯ୍ୟ ଦକ୍ଷତାକୁ ନେଇ ବହୁବାର ଉପରିସ୍ଥ ଅଫିସର ମଧ୍ୟ ତାଙ୍କ ନାଁରେ ପ୍ରଶଂସା କରିଛନ୍ତି । ତେବେ ତାଙ୍କ କାର୍ଯ୍ୟକାଳର ସମୟସୀମା ଅବଧି ଶେଷ ହୋଇଯାଇଥିବାରୁ ଓଡିଶାରେ ଆଉ ଏକ ଦକ୍ଷ ଆରକିଟେକଚର ହୁଏତ ଆଉ ନମିଳିପାରନ୍ତି । ତେଣୁ ଯଥାଶିଘ୍ର ସରକାର ଯଦି ତାଙ୍କର କାର୍ଯ୍ୟକାଳର ଅବଧି ଆଉ କିଛି ଦିନ ପାଇଁ ବଢାନ୍ତେ ତେବେ ଓଡିଶା ଆରକିଟେକରେ ହୁଏତ ଆଉକିଛି ନୂଆ ଇତିହାସ ସୃଷ୍ଟି ହୋଇପାରନ୍ତା । ଯାହା ଓଡିଶାର ବିକାଶରେ ଆଉ ଏକ ମାଇଲଷ୍ଟୋନ ବନିପାରନ୍ତା ।