Odia News Portal

ଦେଓଗାଁ  ଅଶାନ୍ତ ହେବା ଘଟଣା… ମୁହ ଖୋଲିଲେ ନରସିଂହ ମିଶ୍ର

ଦେଓଗାଁ ରେ ଲାଗିରହିଥବା ଅଶାନ୍ତି କୁ ନେଇ ମୁହ ଖୋଲିଲେ ବରିଷ୍ଠ ନେତା ତଥା ପୂର୍ବତନ ଆଇନ୍ ମନ୍ତ୍ରୀ ନରସିଂହ ମିଶ୍ର। ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ଆକ୍ଷେପ କରିବା ସହ ସ୍ଥାନୀୟ ପ୍ରଶାସନ କୁ ତାଗିଦ୍ କରିଥିଲେ । ଗତ କିଛିଦିନ ତଳେ ଦେଓଗାଁ ଅଞ୍ଚଳରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ୍ କାଗଜ ପତ୍ର ନେଇ ରହୁଥିବା ଓ ଦେଓଗାଁ ଗ୍ରାମବାସୀଙ୍କୁ ବନ୍ଧୁକ, ଭୁଜାଲି, ଖଣ୍ଡା ଧରି ଆତଙ୍କ ଖେଳାଇଥିବା ଘଟଣା ରେ ଏକ ଅଡିଓ ଭିଡିଓ ଭାଇରାଲ୍ ମଧ୍ୟ ହୋଇଥିଲା। ଯେଉ ଅଡିଓ ରେ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ସ୍ଥାନୀୟ ନେତା ଓ ପୋଲିସ ପ୍ରଶାସନ ର ଭିତିରି ବୁଝାମଣା କଥା । ଜଣେ ଅନୁପ୍ରବେଶ କାରୀ ଦେଓଗାଁ ଭଳି ଗୋଟେ ଶାନ୍ତି ପ୍ରିୟ ଅଞ୍ଚଳ କୁ ଆସି  ଅଶାନ୍ତି ବାତାବରଣ କଲା କେମିତି । ନକଲି ପରିଚୟ ପତ୍ର ପାଇଲା କେମିତି ତା ପାଖକୁ କେଉଁଠୁ ଟଙ୍କା ଆସୁଛି ଏସବୁ ଦିଗରେ ସଠିକ୍ ତଦନ୍ତ କରି ତାକୁ ଉଚିତ୍ ଦଣ୍ଡ ଦେବା ସହିତ ତାର ଜାମିନ୍ ରଦ୍ଦ  କରିବାକୁ ଦାବି କରିଥିଲେ । ଓ ଦେଓଗାଁ ରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ଠାରେ ଦୃଢ଼ ଦାବି ରଖିଥିଲେ ନରସିଂହ ।