Odia News Portal

ବୁଦ୍ଧ ପୁର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ଗସ୍ତରେ

ବୁଦ୍ଧ ପୁର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ଗସ୍ତରେ ଯିବେ । ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ପରିଦର୍ଶନ କରିବେ । ଲୁମ୍ବିନୀରେ ଆୟୋଜିତ ବୁଦ୍ଧ ଜୟନ୍ତ୍ରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଲୁମ୍ବିନୀରେ ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ମୋଦୀ । ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ ସଂପର୍କ ବୃଦ୍ଧି ପାଇଁ ଲୁମ୍ବିନୀ ବୁଦ୍ଧିଷ୍ଟ ବିଶ୍ବବିଦ୍ୟାଳୟ, ତ୍ରିଭୂବନ ବିଶ୍ବବିଦ୍ୟାଳୟ ଓ କାଠମାଣ୍ଡୁ ବିଶ୍ବବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦୀ । 2014 ପରଠାରୁ ମୋଦୀଙ୍କର ଏହା ହେଉଛି ପଞ୍ଚମ ନେପାଳ ଗସ୍ତ ଏବଂ ଲୁମ୍ବିନୀ ଗସ୍ତ କରିବାରେ ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ।