Odia News Portal

୧୦୦ କୋଟି ଟିକାକରଣ ପ୍ରତ୍ୟେକ ଦେଶବାସୀଙ୍କ ସଫଳତା: ମୋଦି

ନୂଆଦିଲ୍ଲୀ: ଟିକାକରଣ କାର୍ଯ୍ୟକ୍ରମକୁ ‘ଭିଆଇପି’ ସଂସ୍କୃତି ନିୟନ୍ତ୍ରଣାଧୀନ କରାଇ ଦେଇନାହୁଁ ଏବଂ ସମସ୍ତଙ୍କ ପ୍ରତି ସମବିଚାର ହୋଇଥିବା ଆମେ ସୁନିଶ୍ଚିତ ବୋଲି ଆଜି ପୂର୍ବାହ୍ନ ୧୦ଟାରେ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଅଭିଭାଷଣ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ,କରୋନାଭାଇରସ୍‌ ବିରୋଧରେ ୧୦୦ କୋଟି ଟିକା ଦିଆଯିବା ଖାଲି ଗୋଟାଏ ପରିସଂଖ୍ୟାନ ନୁହେଁ, ନବ ଭାରତର ଗୋଟାଏ ସଙ୍କେତ। ଭୂତାଣୁ ବିରୋଧରେ ପ୍ରାରମ୍ଭିକ ଅଭିଯାନ କଥା ସ୍ମରଣ କରି ସେ କହିଲେ, ‘ତାଳି, ଥାଳି’ ଠାରୁ ଆରମ୍ଭ କରି ସଦ୍ୟତମ କୃତ୍ୱିତ୍ୱର ଦର୍ଶାଉଛି ଯେ, ଏହି ସଂଗ୍ରାମରେ ଦେଶ ଏକଜୁଟ ହୋଇଛି।

ଗତକାଲି ଦେଶରେ ଟିକାକରଣ ସଂଖ୍ୟା ୧୦୦ କୋଟି ଟପିବା ପରେ ଆଜିର ଉଦ୍‌ବୋଧନୀ ଭାଷଣରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୧୩୦ କୋଟି ଜନତାଙ୍କ ପ୍ରଚେଷ୍ଟା ବଳରେ କୋଭିଡ୍‌ ଦମନ ଅଭିଯାନରେ ଆମେ ଦେଶ ସଫଳ ହୋଇଛି। ଏହା ସେମାନଙ୍କ ସଫଳତା। ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।