Odia News Portal

ଗୀତରେ ଗୀତରେ “ନାରୀ”

ପୃଥିବୀ ଗୋଟେ ବନ୍ଧନ । ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ । ନାରୀର ଏଇ ସଂସାରର ଯାତ୍ରା – କିଶୋର ରୁ ଯୌବନ, ଆଉ ଯୌବନରୁ ପରିପକ୍ଵ ବୟସ ଯାଏ ଏହି ଗୀତରେ ଉପସ୍ଥାପନା କରାଯାଇଛି । ନୂଆ ମଣିଷକୁ ସଂସାରକୁ ଆଣେ ନାରୀ । ଜୀବନକୁ ପ୍ରତି ମୁହୁର୍ତ୍ତରେ ଉତ୍ସବରେ ପରିଣତ କରେ ନାରୀ । ଏହି ସଂସାରର ମର୍ମ ବୁଝେ ସେ । ଜୀବନର ଗଭୀର ଦର୍ଶନକୁ ନିଜ ଭିତରେ ଅନୁଭବ କରେ । ବନ୍ଧନ ଭିତରେ ରହି ମୁକ୍ତ ହବାର ସ୍ୱାଦ ଜଣେ ସେ । ନାରୀ ମନର ସେଇ ସବୁ ନରମ, ଗଭୀର, ମୁକ୍ତ, ପରିପକ୍ବ ଇଛାର ପ୍ରକାଶ କରାଯାଇଛି ଏହି ସଂଗୀତରେ । ଯାହାକୁ ଆମେ ଆପଣ ମାନଙ୍କୁ ଭେଟି ଦଉଚୁ ଏଇ ଆନ୍ତର୍ଜାତିକ ମହିଳା ଦିବସରେ । କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠଦାନ କରିଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ, ଗୀତିକାର ଅଛନ୍ତି ବିୟତପ୍ରଜ୍ଞା ତ୍ରିପାଠୀ । ବାଦ୍ୟ ଯନ୍ତ୍ରରେ ଅଛନ୍ତି ସନ୍ଦୀପ ସାହୁ, ସୀମା, ତାଇ, ହାପି, ଜୟଶ୍ରୀ, ପଦ୍ମ, କସ୍ତୁରୀ । ମିଟୁସ୍ ମ୍ୟୁଜିକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବାବେଳେ କଟକର ଜେସିକେ ଷ୍ଟୁଡ଼ିଓ ରେ ରେକର୍ଡ କରାଯାଇଛି ବୋଲି କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି କ୍ଷମ୍ୟୁଜିକ ଭିଡିଓ ରେ ଅଭିନେତ୍ରୀ ଅନୁ ଚୌଧୁରୀ,କୁକିସ୍, ପିହୁ ଓ କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ ଅଭିନୟ କରିଛନ୍ତି ।