Odia News Portal

ହିଞ୍ଜିଳି ଶାସନ ଆମ୍ବଗାଁ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭିସିରେ କଥାହେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ରାଜ୍ୟରେ ଶିକ୍ଷାର ବିକାଶ ଦିଗରେ ଫୋକସ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ରଖାଯାଇଛି ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ହିଞ୍ଜିଳି ବ୍ଲକ ଶାସନ ଆମ୍ବ ଗାଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଭିସି ଜରିଆଲେ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜୀବନରେ ଉତ୍କର୍ଷତା ହାସଲ ପାଇଁ ଭଲ ଅଧ୍ୟୟନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଶିକ୍ଷା ପାଇଁ ସବୁ ପ୍ରକାର ସହ ଯୋଗ ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହି ଅବସରରେ ସେ ଗାଁ ସରପଂଚଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।