Odia News Portal

ମାଲକାନଗିରି ସୀମାନ୍ତରେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳର ସିଲଗେର ଗ୍ରାମରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଗତକାଲି ରାତିରେ ନକ୍ସଲ ଗାଁରେ ପହଞ୍ଚି ଶିକ୍ଷାଦୂତ ଲକ୍ଷ୍ମଣ ବାରସେଙ୍କୁ ଖୋଜିଥିଲେ। ତାଙ୍କ ଘରକୁ ଯାଇ ଲକ୍ଷ୍ମଣଙ୍କୁ ଘରୁ ଘୋଷାଡ଼ି ଆଣି ପ୍ରଥମେ ନିର୍ଧୁମ ପିଟିଥିଲେ। ପରେ ତାଙ୍କୁ ହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଥିଲେ। ଆଜି ସକାଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଇନ୍‌ଫର୍ମର୍ ସନ୍ଦେହରେ ଲକ୍ଷ୍ମଣଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି।