Odia News Portal

ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ସରୋଜ ହାଜର

ନୟାଗଡ଼ : ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସରୋଜ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର । ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ।ପରୀ ହତ୍ୟା ମାମଲାରେ ଗିରଫ ନାବାଳକ ଅଭିଯୁକ୍ତକୁ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି ଏସ୍‌ଆଇଟି । ଅଭିଯୁକ୍ତର ନାର୍କୋ ଟେଷ୍ଟ ନିମନ୍ତେ ଏସ୍‌ଆଇଟି ଆବେଦନ କରିଥିଲା |

ସୂଚନାନୁଯାୟୀ , ପୋକ୍ସ କୋର୍ଟରେ ସରୋଜ ସେଠୀ ନାବାଳକ ସାବସ୍ତ୍ୟ ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ଯାଇଥିବା ବେଳେ ପରୀ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଯାଇଥିଲା । ପୁର୍ବରୁ ଏସଆଇଟି ଓସିଫିକେଶନ ଟେଷ୍ଟ ଦ୍ୱାରା ଅଭିଯୁକ୍ତ ସରୋଜକୁ ସାବାଳକ ଦର୍ଶାଇ ପୋକ୍ସ କୋଟରେ ପ୍ରଡ୍ୟୁସ କରିଥିଲା । ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି କୋର୍ଟକୁ ଅନୁମତି ମାଗିଥିଲା । ତେବେ ଅଭିଯୁକ୍ତ ନାବାଳକ ହୋଇଥିବା ପ୍ରମାଣ ମିଳିବା ପରେ ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ । ଜନ୍ମଗତ ପ୍ରମାଣ ଓ ମାଟ୍ରିକ ସାର୍ଟିଫିକେଟ ପୋକ୍ସୋ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରୁ ଦିଆଯାଇଥିଲା। ଯେଉଁଥିରୁ ଅଭିଯୁକ୍ତ ସରୋଜ ହତ୍ୟାକାଣ୍ଡ ସମୟରେ ୧୭ ବର୍ଷ ୫ ମାସ ହୋଇଥିବା ପ୍ରମାଣିତ ହୋଇଥିଲା।

ସେପଟେ ପୋକ୍ସୋ କୋର୍ଟ ସରୋଜକୁ ନାବାଳକ ଦର୍ଶାଇବା ପରେ ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛି ଏସଆଇଟି । ଡିସେମ୍ବର ୨୦ରେ ସରୋଜ ସେଠୀ ଗିରଫ ହୋଇଥିଲା । ପରେ ତାକୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଏସ୍‌ଆଇଟି । କେମିତି ମାରିଲା ସେ ବିଷୟରେ ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ ସରୋଜ । ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା ।