Odia News Portal

ମର୍ଣ୍ଣିଂ ୱାକରେ ଯାଇଥିଲେ, ଚାପିଦେଲା ଗାଡ଼ି, ୨ ମହିଳା ମୃତ

ନୟାଗଡ଼: ସକାଳୁ ସକାଳୁ ଅଘଟଣ । ପ୍ରାତଃ ଭ୍ରମଣରେ ଯାଇଥିଲେ । ଅଜଣା ଗାଡ଼ି ଚାପିଦେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂପଡ଼ା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ଅଘଟଣ ଘଟିଯାଇଛି । ସ୍ଥାନୀୟ ସମ୍ପଡ଼ା ଗ୍ରାମରେ ୩ ଜଣ ମହିଳା ଭୋର ସମୟରେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥୀ ଓ ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ଅବସ୍ଥାରେ ଉପେନ୍ଦ୍ର ପରିଡ଼ା ପତ୍ନୀ ସୁରବାଳା ପରିଡ଼ାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।
ସୂଚନାଅନୁଯାୟୀ, ମାନସୀ ଏବଂ ସୁରବାଳା ଭୋରୁ ପ୍ରାତଃ ଭ୍ରମଣରେ ଯାଉଥିଲେ। ଟିକିନା ପାଣି ଆଣିବାକୁ ରାସ୍ତାରେ ଯାଉଥିଲେ। ଏହି ସମୟରେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମାନସୀ ଏବଂ ଟିକିନାଙ୍କ ମୃତ୍ୟୁ ଘଟିଥିଲା । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ବହୁ ଲୋକଙ୍କ ଜୀବନ ନେଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।