Odia News Portal

ସାମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ଏନଡିଆରଏଫ ଟିମ୍ ନିୟୋଜିତ

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ୟ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍ ମଧ୍ୟ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା ଏନଡ଼ିଆରଏଫ ପକ୍ଷରୁ କୁହାଯାଇଛି । ସେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସସମ୍ପଦ ବିଭାଗର ସର୍ବୋଚ ଯନ୍ତ୍ରୀ ଧୀରେନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ । ଛତିଶଗଡ଼ ପଟୁ ଏବେ ହୀରକୁଦରେ ୫ ଲଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ । ଗୁରୁବାର ମୁଣ୍ଡଳିରେ ୫ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ଛଡ଼ା ଯାଉଛି । ଯଦି ଦେଖିବା ତେବେ ଆସନ୍ତା କାଲି ୭ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀରେ ପାସ କରିବ । ଫଳରେ ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍୍ୱଳ୍ପ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ସେହିପରି ବନ୍ୟା ସ୍ଥିତି ଦେଖି ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛିଛ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବା ବେଳେ ଏବେସୁଧା ବ୍ରାହ୍ମଣୀ ନଦୀରେ ୩ଟି ଓ ଖୋର୍ଦ୍ଧାରେ ୨ଟି ଘାଇ ସୃଷ୍ଟି ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।