Odia News Portal

କରୋନା ନେଇ ସରକାରଙ୍କ ସତର୍କତା,ଗାଇଡଲାଇନ ଜାରି

ଭୁବନେଶ୍ବର: ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ଦିଆଯାଇଛି ।ତେବେ କରୋନାର ନୂଆ ଲକ୍ଷଣ ଗୁଡ଼ିକ ହେଉଛି :-

  • ଦେହ, ହାତ ଅବଶ ଲାଗିବା
  • ଭୋକ ନହେବା
  • ମୁଣ୍ଡ ବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
  • ନୂଆ କରି ଚର୍ମରୋଗ ଦେଖାଦେବା
  • ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ବୀଳ ପଡିବା
  • ଗଳା ଦରଜ ଓ ନାକ ଚୁଂଟି ହେବା
  • ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

ତେବେ ଅଧିକ ସତର୍କତା କାହିଁକି ଆବଶ୍ୟକ :-

  • କରୋନାର ଏହି ନୂଆ ରୂପ ଅଧିକ ସଂକ୍ରାମକ
  • ଶୁଖିଲା ବସ୍ତୁ ଉପରେ ୮ ଦିନ ସକ୍ରିୟ ରହିପାରେ
  • ପୂର୍ବ ଅପେକ୍ଷା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ
  • କେତେକ ନୂଆ ପ୍ରଜାତି ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ
  • ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭୂତାଣୁ ଆମ ଦେଶରେ ଚିହ୍ନଟ ହେଲେଣି

ତେବେ ଏଥିରୁ ବଞ୍ଚିବା ପାଇଁ କି ପ୍ରକାରର ସତର୍କତା ଆବଶ୍ୟକ:-

  • ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା,ହାତ ଧୋଇବା
  • ଠିକ ଭାବେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା
  • ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବା
  • ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା
  • ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରହିବା
  • କୋଭିଡ ନିୟମ ପାଳନକୁ ସାମ୍ବିଧାନିକ ଓ ମାନବିକ ଦାୟିତ୍ୱ ଭାବିବା
  • ବାହାର ରାଜ୍ୟ ଫେରନ୍ତା ୭ଦିନ ଗୃହ ପୃଥକ ବାସରେ ନିହାତି ରହିବା
  • ସନ୍ଦିଗ୍ଧ ଲକ୍ଷଣ ଥିଲେ ତୁରନ୍ତ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିବା