Odia News Portal

ପାକିସ୍ତାନ ଯିବନି ନ୍ୟୁଜିଲାଣ୍ଡ ଟିମ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା କାର୍ୟ୍ୟକ୍ରମ ସ୍ଥିର ହୋଇଥିଲା । ନ୍ୟୁଜିଲାଣ୍ଡ ସୁରକ୍ଷା ଏଜେନ୍ସି ଟିମକୁ ଶୀଘ୍ର ପାକିସ୍ତାନରୁ ଆଣିବା ବ୍ୟବସ୍ଥା କରାଯାଉ ବୋଲି ସରକାରକୁ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନ୍ୟୁଜିଲାଣ୍ଡର ଜେସିଣ୍ଡା ଆର୍ଡନେ ସୁରକ୍ଷା ନେଇ ଆଶ୍ୱସନା ଦେଇଥିଲେ ମଧ୍ୟ ଏହାର କିଛି ଫାଇଦା ହୋଇନ ଥିଲା । ହୋଟେଲରୁ ଖେଳାଳିମାନେ ଏ ପର୍ୟ୍ୟନ୍ତ ବାହାରକୁ ବାହାରି ନାହାନ୍ତି । ଆଫଗାନିସ୍ତାନରେ ତାଲିବାନ ରାଜୁତି ପରେ ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଟି୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ପାକିସ୍ତାନ ଗସ୍ତରେ ଆସୁଛି କି ନାହିଁ ତାହା ଦେଖିବା କଥା ।