Odia News Portal

୨ ଦିନ ଧରି ପ୍ରବଳ ଶୀତର ସମ୍ଭାବନା

ଖସୁଛି ପାରଦ ବଢୁଛି ଜାଡ ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ପାଣିପାଗ ବଭାଗ ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରିଛି।
ରାତିର ତାପମାତ୍ରା ଆଗାମୀ ୨ଦିନରେ ୨ରୁ ୩ଡିଗ୍ରୀ ସେଲସିୟସ ହ୍ରାସ ପାଇବ । ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ଦାରିଙ୍ଗିବାଡିରେ ୮ ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜ୍ୟରେ କୌଣସି ପାଣିପାଗର ପ୍ରଭାବ ନଥିବାରୁ ଆଗାମୀ ୫ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ।