Odia News Portal

 NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?

ଜାତୀୟ ରାଜପଥ କଡରୁ ମିଳିଲା ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ରାସ୍ତାରୁ ASI ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଓ ଟିମ୍ ପହଞ୍ଚି ଛାନଭିନ କରିଛନ୍ତି । ସେପଟେ ପୋଲିସ ASIଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । 

ଗଚକାଲି ନୟାଗଡ଼ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଥିଲା । ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ  ଘର ଭିତରୁ ମିଳିଥିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ ଶିଶିରଙ୍କ ପତ୍ନୀ । ସେପଟେ ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଥିଲା । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡ଼ିନଥିବାବେଳେ ପରକୀୟା ପ୍ରୀତି କାରଣରୁ ହତ୍ୟା କରାଯାଇଥାଏପାରେ ବୋଲି ସନ୍ଦେହ କରାଯାଉଛି ।