Odia News Portal

ଆଜିଠୁ ୧୦ ଜିଲ୍ଲାରେ ଜାରି ହେବ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ରାଜ୍ୟକୁ ପୁନର୍ବାର ନାଇଟକର୍ଫ୍ୟୁ ଫେରିଛି । ଆଜିଠୁ ୧୦ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଡ଼ା କଟକଣା ଜାରି କରାଯାଇଛି । ୧୦ ଜିଲ୍ଲା ଯଥା ସୁନ୍ଦରଗଡ, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ରହିବ ଏହି କଟକଣା ।

ତେବେ ନାଇଟ୍ କର୍ଫ୍ୟୁ ସମୟରେ ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ, ରେଳବାଇ, ବିମାନ ସେବା ଓ ଯାତାୟତ ସୁବିଧା ଜାରି ରହିବ ।ସେହିଭଳି ସମସ୍ତ ଶିଳ୍ପାୟନ ୟୁନିଟ୍, ନିର୍ମାଣ କାର୍ଯ୍ୟ, ମେଡିସିନ୍ ଦୋକାନ ଖୋଲା ରହିବ । ଏହା ବ୍ୟତିତ ଏୟାରପୋର୍ଟ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡି ଗୁଡିକୁ ମଧ୍ୟ କଟକଣା ମୁକ୍ତ ରଖା ଯାଇଛି । ହୋଟେଲ ଓ ଅଫିସ୍ ଓ କର୍ମଚାରୀଙ୍କୁ ମଧ୍ୟ ଗମନାଗମନ ପାଇଁ ଅନୁମତି ମିଳିବ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲ, ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳିବ ।