Odia News Portal

ଚୀନ ସଂକ୍ରାନ୍ତରେ ସତର୍କ କରାଇଲେ ନିକି ହାଲି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା ରିପବ୍ଲିକାନ ପାର୍ଟି ନେତ୍ରୀ ନିକି ହାଲି ଦଳର ଶୀର୍ଷ ବାର୍ଷିକ କାର୍ଯ୍ୟକ୍ରମରେ ଉଦ୍‌‌‌ବୋଧନ ଦେଇ ଚୀନ୍‌ ସଂକ୍ରାନ୍ତରେ ସତର୍କ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଜନେତା ନିକି ଲଗାତାର ଆମେରିକାର ବିଦେଶ ନୀତି ଉପରେ ଫୋକସ୍‌ କରିଛନ୍ତି। ନିକି କହିଛନ୍ତି, ଜୀବନରେ କେବେ ଚିନ୍ତା ବି କରିନଥିଲି ଯେ ଆମେରିକୀୟମାନେ ଆକାଶକୁ ଚାହିବା ପରେ ଚୀନ୍‌ର ଗୁଇନ୍ଦା ବେଲୁନ୍‌ ଉଡ଼ୁଥିବା ଦେଖିବେ। ଏହା ଏକ ଜାତୀୟ ଲଜ୍ଜା। ଆମେରିକାରେ ନିକ‌ଟରେ ଚୀନ୍‌ ଗୁଇନ୍ଦା ବେଲୁନ ଉଡ଼ିବା ପ୍ରସଙ୍ଗରେ ନିକି ଏହି ଟିପ୍ପଣୀ ଦେଇଛନ୍ତି। ନିକି କହିଛନ୍ତି, ଆମେରିକା ସାମ୍ନା କରିଥିବା‌ ଶତ୍ରୁଙ୍କ ମଧ୍ୟରୁ ଚୀନ୍‌ ଅତି ଶକ୍ତିଶାଳୀ ଏବଂ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଥିବା ଶତ୍ରୁ। ଚୀନ୍‌କୁ ନେଇ କୌଣସି ଭୁଲ୍‌ ନହେବା ଉଚିତ। ନିକି ତାଙ୍କ ଭାଷଣରେ ଶାସକ ଡିମୋକ୍ରାଟିକ ପାର୍ଟି, ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ କଡ଼ା ସମାଲୋଚନା କରିଛନ୍ତି।