Odia News Portal

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରଉ,ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ

ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ଚୁକ୍ତି ଭିତ୍ତିକ ନର୍ସ ମାନଙ୍କ ଦ୍ୱାରା ଦୀର୍ଘ ଅଧଘଂଟା ରୁ ଉର୍ଦ୍ଧକାଳ ଘେରଉ ର ସମ୍ମୁଖୀନ ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଆଜି କଟକ ଯାଇ ଆଚର୍ୟ୍ୟ ହରିହର କର୍କଟ ରୋଗ ଚିକିତ୍ସା ଗବେଷଣା କେନ୍ଦ୍ର ବୋର୍ଡ ପୌରପରିଷଦରେ ପ୍ରତିଷ୍ଠାନର ଏକ ବିଭାଗୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । କଟକରୁ ଫେରିବା ପରେ ପରେ ଚୁକ୍ତି ଭିତିକ ଅସ୍ଥାୟୀ ନର୍ସ ମାନେ ତାଙ୍କୁ ଘେରଉ କରି ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଦାବି କରିଥିଲେ । ।ଏହି ଘଟାଣାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏଠାରେ ଦୀର୍ଘ ସମୟ ଧରି ଅଟକି ରହିଥଲେ । ଏହା ପୁର୍ବରୂ ଏହି ଅସ୍ଥାୟି ନର୍ସ ମାନେ ଏଠାରେ ଧାରଣା ଦେଇ ବସିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ସେମାନଙ୍କର ଦାବି ସଂପର୍କରେ ଅର୍ଥବିଭାଗ ସହ ଆଲୋଚନା କରି ଏ ସଂପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ନେବେ ବୋଲି କହିବାରୁ ଅସ୍ଥାୟୀ ନର୍ସ ମନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରାଉ ମୁକ୍ତ କରିଥଲେ । ଆଚର୍ୟ୍ୟ ହରିହର କ୍ୟାନ୍ସର ଇନଷ୍ଟିଚିଉଟ ର ନର୍ସ ମାନଙ୍କ ଭିତରୁ ୬୦ ପ୍ରତିଶତ ଠିକା ନସିଂ କର୍ମଚାରୀ ରହି ସ୍ଥ୍ରାୟୀ ନସିଂ କର୍ମଚରୀ ଙ୍କ ଭଳି କାମ କରୁଥିବା ବେଳେ ସେମାନେ ଅତି କମ ଦରମାରେ କାମକରୁଛନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି ମାତ୍ର ତାଙ୍କ କଥା ସରକାର ଏପର୍ଯ୍ୟନ୍ତ ବିଚାରକୁ ନେଉନାହାନ୍ତି ।

ଆଜି କଟକ ରେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଘେରଉ ହେଇଥିବା ବେଳେ ଗତକାଲି ଭୁବନେଶ୍ୱର ରେ ଦରଦାମ ବୃଦ୍ଧି ବିରୋଧରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସଚ୍ଚୀଙ୍କ ବାସ ଗୃହକୁ କଂଗ୍ରେସ ଦଳ ଘେରାଉ କରିବା ସହିତ ତାଙ୍କ ବାସ ଭବନ ଉପରକୁ ଟମାଟୋ ଓ ଭେଣ୍ଡି ମାଡ କରାଯାଇଥିଲା ।