Odia News Portal

ନିର୍ଭୟା ଦୋଷୀଙ୍କ ଶେଷ ଇଛା

ନୂଆଦିଲ୍ଲୀ()  ଫାଶୀ ପୂର୍ବରୁ ୪ ଦୋଷୀ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ କେଉଁ ତାରିଖରେ ଦୋଷୀ ମାନେ ପରିବାର ସଦସ୍ୟଙ୍କୁ ଭେଟିବେ ସେ ନେଇ ତାରିଖ ଠିକ କରିବାକୁ ଜେଲ କର୍ତ୍ତୃପକ୍ଷ କହିଛନ୍ତି ।ମାର୍ଚ୍ଚ ୩ ତାରିଖ ସକାଳ ୬ ଟା ବେଳେ ଏହି ୪ ଦୋଷୀଙ୍କ ଫାଶୀ ଲାଗି ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ,ଏବେ ତିହାର କର୍ତ୍ତୃପକ୍ଷ ଦେଷୀଙ୍କୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ ଲାଗି ଜଣାଇଦେଇଛନ୍ତି ।ଦୋଷୀଙ୍କୁ ସେମାନଙ୍କ ପରିବାର ସହ ଶେଷ ସାକ୍ଷାତ ଲାଗି ତିହାର ଜେଲ୍ କର୍ତ୍ତୃପକ୍ଷ ପୃଥକ ପୃଥକ ଭାବେ ଜଣାଇଛନ୍ତି ।

ଏହା ସହ ତିହାର କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ଜେଲ୍ ପ୍ରଶାସନକୁ ଚିଠିଲେଖି ଜହ୍ଲାଦ ( ଯେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଚଢାଇବେ ) ଙ୍କୁ ଆସନ୍ତା ୩ ତାରିଖର ଦୁଇ ଦିନ ପୂର୍ବରୁ ପଠାଇବାକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୨ ଡିସେମ୍ବରରେ ଘଟିଥିବା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୋଟ ୬ ଜଣ ସଂପୃକ୍ତ ଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂ ବିଚାର ପ୍ରକ୍ରିୟା ଜାରି ଥିବା ବେଳେ ତିହାର ଜେଲ୍ରେ ଆତ୍ମହତ୍ୟା କରିଥିଲା । ଅନ୍ୟ ଜଣେ ନାବାଳକ ଦୋଷୀ ସ୍ବଧାର ଗୃହରେ ୩ ବର୍ଷ ରହିସାରିଛି । ଅନ୍ୟ ୪ ଦୋଷୀଙ୍କୁ ୩ ତାରିଖରେ ଫାଶୀ ଲାଗି ଡେଥ୍ ୱାରେଣ୍ଟ ଜାରି ହୋଇଛି ।