Odia News Portal

ଏବେ ଆଉ ବିଜୁଳି କାଟ ସମସ୍ୟା ରହିବ ନାହିଁ: ଟାଟା ପାୱାର

ଅସହ୍ୟ ଗରମକୁ ଏପଟେ ବିଜୁଳି କାଟ । ଫଳରେ ସାଧାରଣ ଜନତା ଗରମରେ ହନ୍ତସନ୍ତ ହେଉଛନ୍ତି । ସେପଟେ ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟିରେ ଉଦବେଗ ପ୍ରକାଶ ପାଇଛି। ଏହା ମଧ୍ୟରେ ଟାଟା ପାୱାର ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତେବେ କଂପାନିର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ଯେ, ଆମକୁ ମେଣ୍ଟେନାସ୍ କାମ ଆମକୁ କରିବାକୁ ହେବ । ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍ କରୁଛୁ। ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି । ଶ୍ରୀ ସରକାର କହିଛନ୍ତି ଯେ, ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ ।

ଦିନ ସମୟରେ କାମ କେମିତି କମ ହେବ ସେ ନେଇ ଆମେ ଚେଷ୍ଟା କରିବୁ । ବିଗତ କିଛି ବର୍ଷ ମଧ୍ୟରେ ସିଷ୍ଟମରେ କୌଣସି ମେଣ୍ଟେନାସ୍ ହୋଇ ନଥିଲା ତେଣୁ ଆମକୁ ସବୁ କରିବାକୁ ପଡୁଛି। ଗତବର୍ଷ ୨୫୦ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ । ଅତ୍ୟଧିକ ବିଲ ଆସୁଥିବା ନେଇ ଅଭିଯୋଗ ଆସୁଛି। ତାହା ଠିକ ନୁହେଁ । ଯାହା ନିୟମ ଅଛି ସେଥିରୁ ଗୋଟିଏ ବି ଅଧିକ ପଇସା ନେଉ ନାହୁଁ । ଟାଟା କଂପାନି ବିଶ୍ୱରେ ଏକ ବିଶ୍ଵସନୀୟ କଂପାନି ଭାବେ ଜାଣିଛନ୍ତି । ତେଣୁ ଆମେ କୌଣସି ବେନିୟମ କାମ କରିବୁ ନାହୁଁ ବୋଲି ଶ୍ରୀ ସରକାର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।