Odia News Portal

ଓଡିଶାରେ ଚିହ୍ନଟ ହୋଇନି ବ୍ରିଟେନ ଷ୍ଟ୍ରେନ୍

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇନି କରୋନାର ନୂଆ ଭୂତାଣୁ । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏ କାହାରି ଶରୀରରେ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ହେଲେ ରାଜ୍ୟରେ ବ୍ରିଟେନରେ ନୂଆ ଷ୍ଟ୍ରେନ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ । ସେଥିରୁ ୧୭୯ ଜଣଙ୍କୁ ଚିହ୍ନଟ ସରିଛି । ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ମୋଟ ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ୨୦୪ ଜଣଙ୍କର ଆରଟିପିସିଆର ଟେଷ୍ଟ ହୋଇଛି । ପରୀକ୍ଷାରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ପଜିଟିଭ୍ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି । ବର୍ତମାନ ସୁଧା ୭ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ଜଣ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୬ଜଣଙ୍କର ଜିନମ ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।

ଅନ୍ୟପକ୍ଷେ ଦେଶରେ ଆହୁରୀ ୫ଜଣ ବ୍ରିଟେନ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏହି ୫ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ବ୍ରିିଟେନ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଁଚିଛି । ଭାରତକୁ ଫେରିଥିବା ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ନମୁନା ପୁଣେ ଓ ଦିଲ୍ଲୀ ଲ୍ୟାବକୁ ପଠାଯାଇଥିଲା । ପୁଣେ ପରୀକ୍ଷାଗାରରେ ଆଜି ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି ।