Odia News Portal

ଖୋଲିଲାନି ଲକଡାଉନ୍‌

ଭୁବନେଶ୍ୱର: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୁଖ୍ୟ ଶାସନ ସଚିବ । ନୂଆ ଗାଇଡ୍ ଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ପୁଣିଥରେ ଲାଗି ରହିବ କରୋନା କଟକଣା । ଆଂଶିକ ଲକଡାଉନ ଲାଗି ରହିବ । ଆସନ୍ତା ଅଗଷ୍ଟ ୧ ତାରିଖ ଯାଏଁ ଲକଡାଉନ କଣ୍ଟିନୁୟ ଚାଲୁ ରହିବ । ପୂର୍ବଭଳି ୨ ଭାଗରେ ୩୦ଟି ଯାକ ଜିଲ୍ଲାକୁ ବିଭକ୍ତ କରାଯାଇଛି । କାଟାଗୋରୀ-ଏ ରାତି ୮ଟା ଯାଏଁ ଖୋଲା ରହିବ । କାଟାଗୋରୀ ବି- ସକାଳ ୬ରୁ ସଂଦ୍ଧ୍ୟା ୫ଟା ଯାଏଁ ବଢ଼ା ଯାଇଛି । ୫ଦିନ ଖୋଲା ରହିବ । ନାଇଟ କଫ୍ୟୁ ଲାଗୁ ରହିବ । କାଟାଗୋରୀ ବିରେ ସପ୍ତାହନ୍ତ ସଟଡାଉନ ଲାଗି ରହିବ ।