Odia News Portal

ଏମକେସିିଜିରେ ନାହିଁ ଅକ୍ସିଜେନ ଅଭାବ: ଜିଲ୍ଲାପାଳ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଅକ୍ସିଜେନ ଅଭାବ ଖବର ମିଛ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ସିଜେନ ସପ୍ଲାଏ ଉପରେ ନଜର ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଆଜି ଗଞ୍ଜାମ ଜିଲ୍ଲାପାଳ ଏମକେସିିଜି ଯାଇ ସ୍ଥିତି ପରିଦର୍ଶନ କରିବା ସହ ଅକ୍ସିଜେନ ଷ୍ଟକ୍ ବିଷୟରେ ତଦାରଖ କରିଛନ୍ତି | ଗତକାଲି ସଂଧ୍ୟାରୁ ଅକ୍ସିଜେନ ଷ୍ଟକ୍ ସରିଯାଇଛି ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି କହିଥିଲେ । ଏପରିିକି କିଛି ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ତାଙ୍କ ପାଖରେ ଅଛି ବୋଲି ଟ୍ୱିଟ୍ କରିବା ସହ ଏଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ କହିଥିଲେ । କିନ୍ତୁ ଗଞ୍ଜାମ ଜିଲ୍ଲାପାଳ ଅକ୍ସିଜେନ ଅଭାବର ସ୍ଥିତି ସମୀକ୍ଷା ପରେ ଖବରକୁ ଖଣ୍ଡନ କରିବା ସହ ଏହା ମିଥ୍ୟା ଖବର ବୋଲି କହିଥିଲେ ।